ପଥ ଉତ୍ସବ ପାଇଁ ଝୁମିବ ରାଜଧାନୀ ଭୁବେଶ୍ବର। କରୋନା ମହାମାରୀ ପାଇଁ ବନ୍ଦ ଥିବା ପଥ ଉତ୍ସବ ଦୀର୍ଘ ୩ ବର୍ଷ ପରେ ପୁଣି ଆରମ୍ଭ ହେବ। ରାଜରାସ୍ତା ଉପରେ ନାଚ ଗୀତ, ସାଇକେଲିଂ, ସ୍କେଟିଂ, ଜୁମ୍ବା ର ମହୋଲ ରେ ରାଜଧାନୀ ଉଠିବ ପଡିବ ।ଆସନ୍ତା ୨୫ ତାରିଖ ବା ବଡଦିନ ରୁ ଏହା ଆରମ୍ଭ କରିବାକୁ ନିଷ୍ପତି ନେଇଛି ବିଏମସି।ଗତ ୧୫ ତାରିଖ ଅପରାହ୍ନ ରେ ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡ଼ା) ସଭାଗୃହ ରେ ମେୟର ସୁଲୋଚନା ଦାସ ଙ୍କ ଅଧୟତା ରେ ବୈଠକ ହୋଇଥିଲା ।କମିଶନର ବିଜୟ ଅମୃତା କୁଲାଙ୍ଗେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ।ପ୍ରଥମ ବୈଠକ ରେ ଭୁବେଶ୍ୱର ରୁ ପ୍ରାୟ ୭୦ ଟି ପୂଜାମଣ୍ଡପ ର କର୍ମକର୍ତ୍ତା ଯୋଗ ଦେଇଥିଲେ ।ସେମାନେ ନିଜର ମଣ୍ଡପ କୁ ଯଥାସାଧ୍ୟ ସଜେଇବା ସହ ଏଲିଡି ଲଗାଇ ହକି ଖେଳ ଦେଖାଇବା,କିଛି କାର୍ଯ୍ୟକ୍ରମ କରିବାର ପ୍ରତିଶ୍ରୁତି ଦେଇଥିଲେ ।
