ବଲିଉଡ ଅଭିନେତା ନୱାଜୁଦ୍ଧିନ ସିଦ୍ଦିକି ଙ୍କ ର ଆଗାମୀ ଫିଲ୍ମ “ହଡ଼ି” ଆସୁଅଛି ।ଅଭିନେତା ନୱାଜୁଦ୍ଧିନ ସିଦ୍ଦିକି ଇନ୍ଷ୍ଟଗ୍ରାମ ରେ ଶନିବାର ଦିନ ତାଙ୍କ ଆଗାମୀ ଚଳଚ୍ଚିତ୍ର “ହଡ଼ି” ରୁ ତାଙ୍କ ନୂଆ ଲୁକ୍ ସେୟାର କରିଛନ୍ତି। ଯେଉଁଥିରେ ସେ ଜଣେ କିନ୍ନର ବେଶରେ ନଜର ଆସିଛନ୍ତି।ଏହି ଲୁକ ପାଇଁ ନୱାଜୁଦ୍ଧିନ ଦର୍ଶକ ଙ୍କ ପ୍ରଶଂସା ସାଉଁଟି ଥିବା ବେଳେ ଜଣେ ପ୍ରଶଂସକ ତାଙ୍କୁ ଓସ୍କାର ପାଇବାକୁ ଉପଯୁକ୍ତ ବୋଲି କହିଥିଲେ।”ହଡି” ଫିଲ୍ମ ଟି ଅକ୍ସତ୍ ଅଜୟ ଶର୍ମା ଙ୍କ ଦ୍ଵାରା ନିର୍ଦ୍ଦେଶିତ। ଯାହା ୨୦୨୩ ରେ ବଡ଼ ପରଦା ରେ ରିଲିଜ୍ ହେବାକୁ ଯାଉଛି।ଚିତ୍ର ରେ ନୱାଜୁଦ୍ଧିନ ଏକ ଲାଲ ରଙ୍ଗ ର ଶାଢ଼ୀ ପିନ୍ଧିଥିଲେ ଏବଂ ତାଙ୍କ କପାଳ ରେ ନାଲି ବିନ୍ଦି ଥିଲା।ବିଭିନ୍ନ ଗହଣା ରେ ସୁସଜ୍ଜିତ ହୋଇଥିଲେ ନୱାଜୁଦ୍ଧିନ।ସିନେମା ରେ ନୱାଜୁଦ୍ଧିନ ମୁଖ୍ୟ ଚରିତ୍ର ରେ ନଜର କୁ ଆସିଛନ୍ତି।ଏଥିରେ ସେ କହିଛନ୍ତି,ଏହି ଚରିତ୍ର ତାଙ୍କ ପାଇଁ କୌତୁହଳ, ଅଦ୍ଵିତୀୟ, ଏବଂ ସ୍ବତନ୍ତ୍ର। ଏବଂ ଉକ୍ତ ଭୂମିକାକୁ ସେ ଭଲ ଭାବେ ଦର୍ଶାଇବା ପାଇଁ କହିଛନ୍ତି ।