Radio Bhubaneswar

From the blog

ସିନେମା ହଲରେ ୫ମ ସପ୍ତାହରେ ଦମନ

ଶୁଭେନ୍ଦ୍ର କୁମାର ମହାପାତ୍ର ,

ଭୁବନେଶ୍ଵର

ଓଡ଼ିଆ ଚଳଚିତ୍ରରେ ଓଡିଆତ୍ୱ ନାହିଁ କହି ଓଡ଼ିଆ ଦର୍ଶକ ମୁହଁ ଫେରେଇ ନେଉଛନ୍ତି ବୋଲି କୁହାଯାଉଥିବା ବେଳେ ମୌଳିକ କାହାଣୀକୁ ନେଇ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚିତ୍ର ‘ଦମନ’ ବେଶ ଦର୍ଶକାଦୃତ ହୋଇଛି । ମାଲକାନାଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଛିର୍ନାଞ୍ଚଳର ଦୁର୍ଗମ ଗାଁ’ରେ ସ୍ୱାସ୍ଥ୍ୟସେବାର ଦୟନୀୟ ଅବସ୍ଥାକୁ ନେଇ ‘ଦମନ’ର ପରିକଳ୍ପନା କରାଯାଇଥିଲା । ବର୍ତ୍ତମାନ ବଲାଙ୍ଗିର ଜିଲ୍ଲାର ଟିଟଲାଗଡ ଉପଖଣ୍ଡ ଡାକ୍ତରଖାନାରେ ଅବସ୍ଥାପିତ ଡା. ଓମକାର ହୋତାଙ୍କ ସଂଘର୍ଷମୟ କାହାଣୀକୁ ନେଇ ନିର୍ମିତ ହୋଇଛି ‘ଦମନ’ ।
ଡାକ୍ତରୀ ପାଠ ଶେଷକରିବା ପରେ ଉକ୍ତ ଡାକ୍ତରଙ୍କୁ ନିଯୁକ୍ତି ମିଳେ ମାଲକାନାଗିରି ଜିଲ୍ଲାର ଏହି ଉପାନ୍ତ ଅଞ୍ଚଳରେ । ମୌଳିକ ସୁବିଧା ସୁଯୋଗର ଅଭାବ ,ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତର ଜଣଙ୍କ କିଭଳି ମ୍ୟାଲେରିଆ ନିରାକରଣ ପାଇଁ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କଣ ସବୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡୁଛି ତାହା ଏହି ଚଳଚିତ୍ରରେ ପ୍ରତିଫଳିତ ହୋଇଛି । ଚଳଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦେଇଛନ୍ତି ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ । ପ୍ରଯୋଜନା କରିଛନ୍ତି ଦୀପେନ୍ଦ୍ର ସାମଲ । ଜେପି ୱାର୍ଲଡସ୍ମିଥ ଓ ବାପୁଗୋସ୍ୱାମୀଙ୍କ ରଚିତ ଗୀତଗୁଡିକ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କ ଟିମ । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ବାବୁସାନ ମହାନ୍ତି ,ଦ୍ୱିପନ୍ୱିତ ଦାସ ମହାପାତ୍ର ଓ ଚୌଧରୀ ଜୟ ପ୍ରକାଶ ଦାସ ।
ସୋସିଆଲ ମିଡ଼ିଆରେ ମଧ୍ୟ ‘ଦମନ’କୁ ନେଇ ବେଶ ଚର୍ଚ୍ଚା ଚାଲିଛି । ଖାଲି ରାଜ୍ୟ କି ଦେଶରେ ନୁହଁ ଏପରିକି ବିଦେଶରେ ମଧ୍ୟ ଏହି ଚଳଚିତ୍ର କୁ ନେଇ ଚର୍ଚ୍ଚା ହେଲାଣି । ପାକିସ୍ତାନର କିଛି ସିନେ ସମୀକ୍ଷକ ଏହି ଚଳଚିତ୍ରକୁ ନେଇ ରିଭ୍ୟୁ ଭିଡିଓ ମଧ୍ୟ କରିଛନ୍ତି । ଚଳଚିତ୍ରଟି ‘ଆଇଏମଡ଼ିବି’ ରେଟିଂରେ ୯.୭ ପାଇ ବ୍ଲକବଷ୍ଟର ଫିଲ୍ମ ‘RRR’ ଓ ‘KGF’ କୁ ବି ପଛରେ ପକାଇଦେଇଛି ।

1 comment

Leave a Reply

Your email address will not be published. Required fields are marked *

  • http://104.243.42.94:8574/rabh8989uba
  • Live Internet Radio