ରିଲିଜ୍ ହେବାକୁ ଯାଉଛି ‘ହରିହର ମହାପାତ୍ର’ ଓରଫ ହରି ଭାଇ ଙ୍କ ଓଡ଼ିଆ ସିନେମା ‘ଧୋ ରେ ବାଇଆ ଧୋ’।ଏହି ଫିଲ୍ମ ରେ ହରି ଭାଇ ଙ୍କୁ ପୁଣି ଥରେ ଏକ ନୂତନ ଭୂମିକା ଓ ରଙ୍ଗ ଭଙ୍ଗି ରେ ଦେଖିବାକୁ ମିଳିବ।ଏହା ପୂର୍ବରୁ ତାଙ୍କ ଦ୍ଵାରା ଅଭିନୀତ ସୁପରହିଟ ଫିଲ୍ମ ରୁମକୁ ଝୁମାନା ଯାହା ତାପସ ସରଘରିଆ ଙ୍କ ଦ୍ଵାରା ନିର୍ଦ୍ଦେଶିତ।ଯେଉଁଥିରେ ହରିହର ମହାପାତ୍ର ନିଜକୁ ଜଣେ ଅଲରାଉଣ୍ଡର ଭାବରେ ପ୍ରମାଣିତ କରିଥିଲେ। ଏ ନେଇ ସେ କହିଛନ୍ତି,ରୁମକୁ ଝୁମାନା ଫିଲ୍ମଟିର କାହାଣୀ ମୁଁ ନିଜେ ଲେଖିଛି।ଆଉ ଏ ସମ୍ପର୍କରେ ଯେତେେବେଳେ ସେ ପ୍ରଯୋଜକ ସୀତାରାମ ଅଗ୍ରୱାଲ ଙ୍କ ସହ ଆଲୋଚନା କରିଥିଲେ ସେତେବେଳେ ସୀତାରାମ ସେହି କାହାଣୀ କୁ ନେଇ ଫିଲ୍ମ କରିବା ପାଇଁ ନିସ୍ପତି ନେଇଥିଲେ।’ଧୋ ରେ ବାଇଆ ଧୋ’ ଏହି ଫିଲ୍ମ ର ନିର୍ଦ୍ଦେଶନା ଦେଇଛନ୍ତି ହିମାଂଶୁ ପରିଜା। ହରି ଏହାର କାହାଣୀ,ଚିତ୍ରନାଟ୍ୟ ଏବଂ ସଂଳାପ କରିବା ସହିତ ଏହାର ମୁଖ୍ୟ ଭୂମିକା ରେ ମଧ୍ୟ ଅଭିନୟ କରୁଛନ୍ତି।ତାଙ୍କ ସହ ନାୟିକା ଭାବରେ ଦିବ୍ୟା ଅଭିନୟ କରୁଛନ୍ତି। ହରି ଏବଂ ଦିବ୍ୟା ଙ୍କ ବ୍ୟତୀତ ଚଳଚ୍ଚିତ୍ର ରେ ବବି ମିଶ୍ର,ପିଙ୍କି ପ୍ରଧାନ, ହାଡୁ ,ଲୀନ ଏବଂ ସାତ୍ୟିକ ମିଶ୍ର ଙ୍କୁ ଦେଖିବାକୁ ମିଳିବ।