ଶୁଭେନ୍ଦ୍ର କୁମାର ମହାପାତ୍ର,
ଭୂବନେଶ୍ବର
Tora Mora Kati
ନୂଆ ବର୍ଷରେ ନୂଆ କାହାଣୀ ଆଉ ଢେର ସାରା ମନୋରଞ୍ଜନ ସହ ଝିଲିକ ମୋସନ ପିକ୍ଚର୍ସ ଦର୍ଶକଙ୍କୁ ଭେଟିଦେବ ତାର ତୃତୀୟ ସିନେମା ‘ତୋର ମୋର କଟି’। ଏହି ସିନେମାର ଅଡିଓ ‘ଆମର’ ମ୍ୟୁଜିକ୍ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ରିଲିଜ ହୋଇ ବେଶ୍ ଦର୍ଶକାଦୃତ ହୋଇଛି।
ସିନେମାଟିର ପ୍ରଯୋଜନା କରିଛନ୍ତି ଅଭିନୟରୁ ପ୍ରଯୋଜିକା ସାଜିଥିବା ଓଲିଉଡ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ। ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ରମେଶ ରାଉତ। ଏହି ସିନେମା ପାଇଁ ସଂଳାପ ଲେଖିଛନ୍ତି ଦୀପକ ଜେନା। ଗୀତ ରଚନା କରିଛନ୍ତି ଡ. ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀ। ପ୍ରେମ ଆନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଗୁଡିକ ଗାଇଛନ୍ତି ହ୍ୟୁମାନ ସାଗର, ଦୀପ୍ତିରେଖା ପାଢୀ, ସବିଶେଷ, ଆଶୁତୋଷ, ଅନନ୍ୟା ଶ୍ରୀତମ ନନ୍ଦ ଓ ଦେବକୃପା।
ସିନେମାଟି ୨୦୨୩ ଜାନୁୟାରୀ ପ୍ରଥମାର୍ଦ୍ଧରେ ରିଲିଜ ହେବାକୁ ଥିବାବେଳେ ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ନବାଗତ ଯୋଡି ଶୈଳେନ୍ଦ୍ର ଓ ଶୀତଲଙ୍କ ସହ ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା ସୁଧାଂଶୁ ମୋହନ ସାହୁ, ସଞ୍ଜୟ ନାୟକ ( ଟୁଟୁ ), ବବି ମିଶ୍ର , ସୁଦୀପ୍ତ, ଟୁକୁନା ଷ୍ଟାଇଲିଷ୍ଟ, କାଳିଆ ଷଣ୍ଢ, ଐଶ୍ବରୀୟା, ରୂପସା, କଟପ୍ପା, ଦେବିକା ପ୍ରମୁଖ କଳାକାର।