ଶୁଭେନ୍ଦ୍ର କୁମାର ମହାପାତ୍ର ,
ଭୂବନେଶ୍ବର
ହକି ବିଶ୍ଵକପ ଲାଗି ଆସନ୍ତା ଜାନୁୟାରୀ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରରେ ଆୟୋଜିତ ହେବାକୁ ଯାଉଛି ଦ୍ଵିତୀୟ କାହାଣୀ ମହୋତ୍ସବ ‘ଭୂ-ଫେଷ୍ଟୋ’ । ଏଥିରେ ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କାହାଣୀକାର ମାନେ ହିଁ କାହାଣୀ କହିବେ, ତା ସହ କାହାଣୀ ଶୁଣୁଥିବା ଲୋକମାନେ ବି କାହାଣୀ କହିବାର ସୁଯୋଗ ପାଇବେ। ଏହା ପ୍ରତିଦିନ ଅପରାହ୍ନ ସାଢେ ୨ଟାରୁ ସନ୍ଧ୍ୟା ସାଢେ ୭ଟା ଯାଏ ଚାଲିବ। ବକୁଲ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମଟି ଡଟ୍ ଫେଷ୍ଟ ର ଏକ ଅଂଶ ଯାହା ବିଡିଏ, ବିଏମସି ଏବଂ ଓଡିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ପରିଚାଳିତ।
ସତ୍ୟନଗରରେ ଥିବା ବକୁଲ ଲାଇବ୍ରେରୀରେ ଗତ ରବିବାର ଆୟୋଜିତ ହୋଇଥିବା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଏହି ‘ଭୂ-ଫେଷ୍ଟୋ’ ଉତ୍ସବ ସମ୍ପର୍କରେ ଘୋଷଣା କରାଯାଇଛି। ୟୁନିଟ୍ -୨ର ଇନ୍ଦିରା ଗାନ୍ଧୀ ପାର୍କ, ଚନ୍ଦ୍ରଶେଖରପୁରର ବୁଦ୍ଧ ଜୟନ୍ତୀ ପାର୍କ, ସମ୍ ହସ୍ପିଟାଲ ନିକଟରେ ଥିବା ଏପିଜେ ଅବଦୁଲ କଲାମ ପାର୍କ ଓ ପୋଖରୀପୁଟର କଳାଭୂମିରେ ଆୟୋଜିତ ହେବ।
ଅନ୍ତର୍ଜାତୀୟ ସ୍ତରର ଖ୍ୟାତିସମ୍ପନ୍ନ କାହାଣୀକାର ତଥା ଫେଷ୍ଟିଭାଲ କ୍ୟୁରେଟର ନୁପୁର ଅଗ୍ରୱାଲ ଆଜିଠାରୁ ୩ ଦିନ ଧରି ଭୁବନେଶ୍ଵରର ବିଭିନ୍ନ ସ୍କୁଲ, କଲେଜ କୁ ଯାଇ କାହାଣୀ ଶୁଣାଇବା ସହ ଏହି ଉତ୍ସବ ସମ୍ପର୍କରେ ଅବଗତ କରାଇବେ। ଏହା ବ୍ୟତୀତ ଉତ୍ସବକୁ ଆସିପାରୁନଥିବା କିଛି ବସ୍ତି ଅଞ୍ଚଳର ସ୍କୁଲ ରେ ମଧ୍ଯ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଏହି ଉତ୍ସବର ପ୍ରଥମ ସଂସ୍କରଣଟି ୬ରୁ ୧୦ ଡିସେମ୍ବର ୨୦୧୮ ମସିହାରେ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି ସଂସ୍କରଣରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବିଶିଷ୍ଟ କାହାଣୀକାର ପ୍ରାଚୀ ତାରା । ତାଙ୍କ ଦ୍ଵାରା ପରିବେଷିତ ଓଡ଼ିଆ କାହାଣୀ ଦର୍ଶକମାନଙ୍କ ଠାରୁ ଢେର ପ୍ରସଂଶା ସାଉଁଟିଥିଲା।
ବକୁଲ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ‘ଭୂ-ଫେଷ୍ଟୋ’ ଉତ୍ସବର ନିର୍ଦ୍ଦେଶକ ସୁଜିତ ମହାପାତ୍ର କହିଛନ୍ତି ଯେ ଏଥରର ଏହି ମହୋତ୍ସବ କୁ ବଡ ଆକାରର କରାଯିବା ସହ ଏହାକୁ ଜୟପୁରର ‘ଲିଟ୍ ଫେଷ୍ଟ’ ଭଳି ଲୋକପ୍ରିୟତା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି।