Radio Bhubaneswar

From the blog

ଆସୁଛି ନୂଆ ଓଡିଆ ଚଳଚିତ୍ର ‘କଫି ଶପ୍’

ଶୁଭେନ୍ଦ୍ର କୁମାର ମହାପାତ୍ର,

ଭୂବନେଶ୍ବର

ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହେଉଛି ନୂଆ ଓଡିଆ ଚଳଚ୍ଚିତ୍ର ‘କଫି ଶପ୍’। ଗୋଟେ କଫି ଶପ୍ ରେ କଫି ପିଇଲା ବେଳେ ଦୁହେଁ ଦୁହିଁଙ୍କ ସହ ଦେଖା ହୁଅନ୍ତି, ଆଉ ସେଇ ପ୍ରଥମ ଦେଖାରୁ ହିଁ ଆରମ୍ଭ ହୁଏ ଲଭ୍। ଆଉ ତା’ ପରେ ଏହି ଲଭ୍ ଷ୍ଟୋରୀ କେମିତି ଆଗକୁ ବଢୁଛି ତାକୁ ହିଁ ଆଧାର କରି ଚଳଚ୍ଚିତ୍ରଟିର କାହାଣୀ ଗତି କରୁଛି।
ଆଶିଷ କୁମାର ସିହ୍ନାଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ପ୍ରିୟବ୍ରତ ପଣ୍ଡା। ଗୀତ ରଚନା ଡ. ନିର୍ମଳ ନାୟକ କରିଥିବାବେଳେ ସଙ୍ଗୀତ ଦେଇଛନ୍ତି ଅଭିଜିତ ମଜୁମଦାର। ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଛନ୍ତି ଅଭିଷେକ ଗିରି, ପ୍ରକୃତି ମିଶ୍ର, ଚୌଧୁରୀ ଜୟପ୍ରକାଶ ଦାସ, ଧରିତ୍ରୀ ଖଣ୍ଡୁଆଳ ଓ ରାଜେଶ ପ୍ରମୁଖ କଳାକାର।

Leave a Reply

Your email address will not be published. Required fields are marked *

  • http://104.243.42.94:8574/rabh8989uba
  • Live Internet Radio